ନ୍ୟୁଜ ଡେକ୍ସ: ବିଧାନସଭା ବାହାରେ ମଧ୍ୟ ମିଶନ ଶକ୍ତି ମହିଳାଙ୍କ ଦରମା ତାତି । ମଙ୍ଗଳବାର ଦ୍ବିତୀୟ ଦିନରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ଶୀତ କାକରରେ ଧାରଣା ଦେଇଛନ୍ତି ହଜାର ହଜାର ମହିଳା । ଧାରଣାସ୍ଥଳରେ ବିଜେଡି ସହ ସାମିଲ ହୋଇଛି କଂଗ୍ରେସ ।
ଏମିତି ସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମହିଳାଙ୍କୁ ବିଭ୍ରାନ୍ତି କରନ୍ତୁନି ବିରୋଧୀ । ତେବେ କହିରଖୁଛୁ, ୯ ମାସର ବକେୟା ଦରମାକୁ ପ୍ରତିବାଦ କରି ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ଆଉ ଏମାନଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ଗଣଧାରଣା । ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟା ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରି ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡକୁ ମୁହାଁଇଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା ।
ବିଜେପି ସରକାର ମହିଳାଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କ ସ୍ବାର୍ଥ ଓ ଦାବିକୁ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ୍ ତାହା କରାଯିବ । କାହା କଥାରେ ବିଭ୍ରାନ୍ତ ହୋଇ ରାସ୍ତାରେ ଗଡିବା ଦରକାର ନାହିଁ ।ବରଂ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ବୋଲି ମିଶନ ଶକ୍ତି ମହିଳାଙ୍କୁ ଅପିଲ କରିଛନ୍ତି ସେ ।