Thu. Jan 9th, 2025

ନ୍ୟୁଜ ଡେକ୍ସ: ଏଣିକି ଯେଉଁ ୟୁଟୁବରମାନେ ନିଜ ଭିଡିଓରେ ବିଭ୍ରାନ୍ତିକର ଟାଇଟଲ୍ କିମ୍ବା ଥମ୍ୱନେଲ ବ୍ୟବହାର କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ ଉପରେ ବିଶେଷ ଭାବରେ ନଜର ରଖାଯିବ। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ଏନେଇ ସୂଚନା ଦେଇଛି ୟୁଟ୍ୟୁବ । ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କମାନେ ଯେପରି ଦ୍ବନ୍ଦରେ ନ ରହିବେ । କାରଣ ଭୁଲ ଥମ୍ବ୍ନେଲ ଦେଖି ଅଧିକ ଲୋକ କଣ୍ଟେଣ୍ଟ ଭିତରକୁ ଯାଇଥାନ୍ତି । ହେଲେ କଣ୍ଟେଣ୍ଟ୍ରେ ସେଭଳି କିଛି ତଥ୍ୟ ନ ପାଇ ୟୁଜର୍ସ ନିରାଶ ହୋଇଥାନ୍ତି । ଯାହାକୁ ନେଇ ୟୁଟ୍ୟୁବ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ତେବେ ୟୁଟ୍ୟୁବ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଯାହାର ଟାଇଟଲ୍ କିମ୍ବା ଥମ୍ବନେଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବା ସେଭଳି ଭିଡ଼ିଓ ବନାଉଥିବା ଲୋକଙ୍କ ପାଇଁ ଏହି ନିୟମ ଆାସିଛି । ୟୁଟ୍ୟୁବ୍ ମଧ୍ୟ ଏପରି ଭୁଲ ଥମ୍ବନେଲଗୁଡିକର କିଛି ଉଦାହରଣ ଦେଇ କହିଛି, ଏଭଳି ଗୋଟିଏ ଭିଡିଓର ଥମ୍ବନେଲରେ ‘ଟପ୍ ପଲିଟିକାଲ୍ ନ୍ୟୁଜ୍’ ଲେଖା ହୋଇଥିବାବେଳେ କିନ୍ତୁ ଏହି ଭିଡିଓରେ କୌଣସି ଖବର ନଥିଲା ।

କମ୍ପାନୀ କହିଛି ଯେ ଏଭଳି କରିବା ଦ୍ବାରା ୟୁଜର୍ସ ନିରାଶ ହେଉଛନ୍ତି । ତେଣୁ ଆସନ୍ତା ମାସରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ କହିଛି। ଏହାପୂର୍ବରୁ, ଗୁଗୁଲର ସିଇଓ ସୁନ୍ଦର ପିଚାଇ ୟୁଟ୍ୟୁବରେ ଏକ ଅପମାନଜନକ ଭିଡିଓ ହଟାଇବାରେ ବିଫଳ ହେବାରୁ ମୁମ୍ବାଇ କୋର୍ଟ ତାଙ୍କୁ ଅବମାନନା ନୋଟିସ୍ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *