ନ୍ୟୁଜ ଡେକ୍ସ: ଆଜି ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏଥିପାଇଁ ରାଜ୍ୟର ଅଧିକାଂଶ ଗୀର୍ଜାରେ ସାମୁହିକ ପ୍ରାର୍ଥନା ଚାଲିଛି। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି। ତେବେ ବର୍ଷା କାରଣରୁ ଟିକେ ଫିକା ପଡ଼ିଯାଇଛି ସେଲିବ୍ରେସନ୍। ବଡ ଦିନ ଦିନ ତମାନ ଚର୍ଚ୍ଚରେ ଭିଡ ଲାଗି ରହିବ । କିଏ ହାତରେ ଗୋଲାପ ଫୁଲ ତ ପୁଣି କିଏ କ୍ୟାଣ୍ଡେଲ ଧରି ଯୀଶୁଙ୍କୁ ସ୍ମରଣ କରିଛନ୍ତି ।
ସେଲିବ୍ରେସନ ମୁଡରେ ରହିଛି ସାରା ଦେଶ ।ମଙ୍ଗଳବାର ମଧ୍ୟରାତ୍ରୀରୁ ଧରାବତରଣ କରିଛନ୍ତି ଯୀଶୁ । ମଧ୍ୟରାତି ଯାଏ କ୍ୟାରୋଲ ସଙ୍ଗୀତ ସାଙ୍ଗକୁ ଯୀଶୁଙ୍କୁ ପ୍ରାର୍ଥନା କରିବାରେଲାଗିଥିଲା ଗହଳି। ଯୀଶୁଙ୍କ ଧରାବତରଣ ପରେ କେକ୍ କାଟି ଏହି ଶୁଭଦିନର ଆରମ୍ଭ ହୋଇଛି । ବଡ ଦିନ ଲାଗି ସୁଉଚ୍ଚ ଖ୍ରୀଷ୍ଟମାସ ଟ୍ରି, ଲିଚୁ ଲାଇଟର ଆଲୋକରେ ରଙ୍ଗୀନ ହୋଇଛି ଚର୍ଚ୍ଚ । ଚାରିଆଡେ ଉତ୍ସାହର ମାହୋଲ ।ଖ୍ରୀଷ୍ଟମାସ ଅବସରରେ ଚଳଚଞ୍ଚଳ ହୋଇଛି ସମସ୍ତ ଚର୍ଚ୍ଚ ।
ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ସୁଅ ଛୁଟିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ମେରୀ ଖ୍ରୀଷ୍ଟମାସ ମେରୀ ଖ୍ରୀଷ୍ଟମାସ… ପରସ୍ପରରୁ ଶୁଭେଚ୍ଛା ଜଣାଇଛନ୍ତି । ଚର୍ଚ୍ଚମାନଙ୍କରେ ଯୀଶୁଙ୍କ ଦର୍ଶନ ଲାଗି ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖ୍ରୀଷ୍ଟଧର୍ମାଲମ୍ବୀମାନେ ମଧ୍ୟରାତ୍ରିରୁ ଚର୍ଚ୍ଚକୁ ଯାଇ ଯୀଶୁଙ୍କ ମୂର୍ତ୍ତିକୁ ଛୁଇଁ ପ୍ରଣାମ କରି ଆର୍ଶୀବାଦ ନେଇଥିଲେ । କେବଳ ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟ ନୁହନ୍ତି ଅନ୍ୟ ଧର୍ମାବଲମ୍ବୀମାନେ ବି ମଧ୍ୟରାତ୍ରିରେ ଚର୍ଚ୍ଚ ଯାଇ କ୍ୟାଣ୍ଡେଲ ଜାଳି ଉତ୍ସବ ମନାଇଥିଲେ ।
