Thu. Oct 23rd, 2025

ନ୍ୟୁଜ ଡେକ୍ସ: କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । ଗତ ଶନିବାର ଠାରୁ ଉପତ୍ୟକାରେ ‘ଚିଲ୍ଲଇ କଳା’ ଆରମ୍ଭ ହୋଇଛି। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୁତ ହେଉଛି । ଗତ ୫ ଦଶକ ମଧ୍ୟରେ ଏହା ପ୍ରଥମ ।

ଶ୍ରୀନଗରରେ ଆଜି ସକାଳେ ତାପମାତ୍ରା ମାଇନସ୍ ୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳସ୍ୱରୂପ, ଡାଲ ହ୍ରଦ ପରି ଅନ୍ୟାନ୍ୟ ଛୋଟ ବଡ ହ୍ରଦ ସବୁ ବରଫ ପାଲଟି ଯାଇଛି । ଡାଲ ହ୍ରଦ ଉପରେ ବରଫର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଛି । ଅନ୍ୟପଟେ ପାଣିପାଗ ଖରାପ ଯୋଗୁଁ ଶ୍ରୀନଗରର ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ଉଡାଣ ପ୍ରଭାବିତ ହୋଇଛି । ସେହିପରି ଗତକାଲି ଅର୍ଥାତ ଶୁକ୍ରବାର ଦିନ ଶ୍ରୀନଗର, ଅନନ୍ତନାଗ, କୁଲଗାମ, ପୁଲବାମା ଆଦି ଅଞ୍ଚଳରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଲୋକଙ୍କୁ ଖରାପ ପାଗ ଯୋଗୁଁ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନନ୍ତନାଗର ଡେପୁଟି କମିଶନରଙ୍କଠାରୁ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ସେହିପରି ଜାତୀୟ ରାଜପଥରେ ଫସି ରହିଥିବା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପାଣିପାଗ ବିଭାଗ ଅନୁସାରେ , ଜମ୍ମୁ କାଶ୍ମୀରରେ ୨୯ ରୁ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । କିନ୍ତୁ ୧ ରୁ ୫ ଜାନୁଆରୀ ମଧ୍ୟରେ କାଶ୍ମୀର କିଛି ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ସେହିପରି ଅନ୍ୟପଟେ ଉତ୍ତରାଖଣ୍ଡ ଆଇଏମଡ଼ି ଉତ୍ତରାଖଣ୍ଡର ପାହାଡି଼ଆ ଅଞ୍ଚଳକୁ ପ୍ରବଳ ତୁଷାରପାତ ହେବା ନେଇ ଆଲର୍ଟ ଜାରି କରିଛନ୍ତି । ତେଣୁ ସମସ୍ତ ସରକାରୀ,ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶରେ ୬ଟି ପାହାଡିଆ ଜିଲ୍ଲାରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ସହ ତୁଷାରପାତ ହୋଇଛି ।

Leave a Reply

Your email address will not be published. Required fields are marked *