Fri. Oct 24th, 2025

ନ୍ୟୁଜ ଡେକ୍ସ: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ । ପୁଣି କରୋନା ଭଳି କାହା ମେଲାଇବ ନାହିଁ ତ ଏଚଏମପିଭି ? ଆଉ ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।ସ୍ଵାସ୍ଥ୍ୟ ମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତ ସରକାର ଯାହା ଗାଇଡଲାଇନ୍ ଦେବେ ମାନିବୁ। ହସ୍ପିଟାଲ ଗୁଡ଼ିକରେ ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଥଣ୍ଡା କାଶ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆମେ ସାମ୍ପୁଲ ଟେଷ୍ଟ କରିବୁ। ଆଇସିଇଆର, ଆଇଏଲଏସ, ଏମ୍ସ ସାମ୍ପୁଲ ଟେଷ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି।

ରାଜ୍ୟ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *