ନ୍ୟୁଜ ଡେକ୍ସ: ଓଡ଼ିଶାର ୧୯ ଜଣ ପୋଲିସ ପଦକରେ ସମ୍ମାନୀତ ହେବେ । ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ ହେବେ । ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର ।
କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର । କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ୬ ପୋଲିସ କର୍ମଚାରୀ ପାଇବେ ସାହସିକତା ପୁରସ୍କାର।ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ।
ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର। ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ। ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
