Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ତୀବ୍ର ହେଉଛି ତାତି। ଅସହ୍ୟ ଗରମ ସହ ଗୁଳିଗୁଳି ପରିସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିପ୍ରେକ୍ଷିତରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟକୁ ହଟ୍ ଆଣ୍ଡ ହ୍ୟୁମିଡିଟି ୱାର୍ଣ୍ଣିଂ ଜାରି କରାଯାଇଛି।ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ଗରମ ଓ ଆର୍ଦ୍ରତାର ପ୍ରଭାବ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବା ନେଇ ସତର୍କତା ଜାରି ହୋଇଛି। ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିଚାଲିଛି ଓ ଆଗାମୀ ଦୁଇ ଦିନ ଯାଏଁ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି।ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

ଦିନର ୧୧ଟାରୁ ବିକେଳ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ସେଥିସହ ପ୍ରଚୁର ପାଣି ପିଇବା, ହାଲୁକା ପୋଶାକ ପିନ୍ଧିବା ଓ ହିଟ୍‌ଷ୍ଟ୍ରୋକ୍‌ରୁ ସତର୍କ ରହିବାକୁ କୁହାଯାଇଛି।ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଏହି ତୀବ୍ର ତାତିରେ ଅଧିକ ପ୍ରଭାବିତ ହେଉଛନ୍ତି, ଯାହାରେ ସତର୍କତା ଅତ୍ୟାବଶ୍ୟକ ବୋଲି ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *