Thu. Apr 16th, 2026

ନ୍ୟୁଜ ଡେସ୍କ: ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ।

ଏହା ସହ ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି। ଓ୍ୱାଇ ଏସ୍ ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି। ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେପଟେ ଏହି ମାମଲାରେ ହାଇଦ୍ରାବାଦ ପୁଲିସ କହିଛି ଯେ, ଏହି ମାମଲା ଆନ୍ଧ୍ରପ୍ରଦେଶର। ତେଣୁ ସେମାନେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ନେଉଛନ୍ତି।

ଆଇନଗତ ମତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଶୁକ୍ରବାର ଦିନ କହିଛି ଯେ ଅପମିଶ୍ରିତ ଅଭିଯୋଗ ଆସିବା ପରେ ଘିଅର ମାନ ପରୀକ୍ଷା ପାଇଁ ପଠାଯାଇଛି। କହିରଖୁ ଯେ, ଦୁଇ ଦିନ ପୂର୍ବୋ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶିଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *