Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ପବିତ୍ର ଶ୍ରୀ ପଞ୍ଚମୀ। ବିଦ୍ୟାଦାତ୍ରୀ ମାଆ ସରସ୍ବତୀ ବା ବାଗଦେବୀଙ୍କ ପୂଜା। ଓଡିଶାର ଗୋଟିଏ ସ୍ଥାନ ଉଦଳାରେ ରହିଛି ମା ସରସ୍ବତୀଙ୍କ ମନ୍ଦିର। ଯେଉଁଠି ମା ସରସ୍ବତୀ ସବୁଦିନ ପୂଜା ପାଇଥାନ୍ତି । ହେଲେ ଆଜି ଶ୍ରୀପଞ୍ଚମୀରେ ମାଆଙ୍କର ରହିଛି ସ୍ୱତନ୍ତ୍ର ନୀତିକାନ୍ତି ।

ତେଣୁ ଏହି ଦିନ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା କରାଯାଇଥାଏ । ବିଦ୍ୟାଦାୟିନୀଙ୍କୁ ଏଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା କରୁଛନ୍ତି । ସରସ୍ବତୀ ପୂଜା ଲାଗି ଉତ୍ସବମୁଖର ଗାଁରୁ ସହର ।ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି ।

ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି । ପୂଜା ନୀତି ସରିବା ପରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବାର ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ଆସି ମାଆଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଆଶୀର୍ବାଦ ନେଉଛନ୍ତି । ଏହି ଅଞ୍ଚଳ ମାଆଙ୍କ ପୂଜା ପାଇଁ ଉତ୍ସବମୁଖବର ହୋଇ ଉଠୁଛି । ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *