ନ୍ୟୁଜ ଡେକ୍ସ: ଲୁଚକାଳି ଖେଳୁଛି ତାପାମାତ୍ରା । କେତେବେଳେ ଅସହ୍ୟ ଗରମ ହେଉଛି ତ ଆଉ କେତେବେଳେ ପୁଣି ତାପମାତ୍ରା ଖସି ଥଣ୍ଡା ହେଉଛି । ଏହାରି ଭିତରେ ଆଜି ରାତିରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ବଢିବ ରାତି ତାପମାତ୍ରା- ଗତ ଦୁଇଦିନ ଧରି କିଛି ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଉଥିଲା । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଛନ୍ତି, ଏବେ ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡ଼କୁ ଯାଉଛି । ଗୁରୁଚାପର ପ୍ରଭାବ ବି କମିଛି । ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ଆସୁଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି ।
ଆସନ୍ତା ୫ ଦିନ ଯାଏ ଏଭଳି ସ୍ଥିତି ରହିବ । କିଛି ସ୍ଥାନରେ ୧ରୁ ୨ ଡିଗ୍ରୀ ବଢ଼ିଲେ ଅନ୍ୟ ସ୍ଥାନରେ ସେତିକି କମିବ । ରାତିରେ ପାଗ ଆରାମଦାୟକ ରହିବ ବୋଲି ସେ କହିଛନ୍ତି ।ରାଉରକେଲାରେ ପାରଦ ୯.୭ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୧୧.୬, ସୁନ୍ଦରଗଡ଼ରେ ୧୨.୭, ଫୁଲବାଣୀରେ ୧୩.୫, କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୫, ଦାରିଙ୍ଗିବାଡ଼ି, ଭଦ୍ରକ ଓ ନୂଆପଡ଼ାରେ ୧୫, ବାରିପଦାରେ ୧୫.୫, ସମ୍ବଲପୁରରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି ।
