Sun. Feb 22nd, 2026

ନ୍ୟୁଜ ଡେକ୍ସ: ବିଜେପି ପକ୍ଷରୁ ବାକି ଥିବା ୧୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଆଜି ଘୋଷଣା ହୋଇଛି । ଏହା ପୂର୍ବରୁ ଦଳ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା । ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ଘୋଷଣା କରିଛି।

ସେହିପରି ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା, କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି ଓ ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥା, ରାୟଗଡା ପାଇଁ ଗୋପି ଆନନ୍ଦ, ସୁବର୍ଣ୍ଣପୁର ପାଇଁ ବେଣୁଧର ଦାଶ ଓ ରାଉରକେଲା ପାଇଁ ପୂର୍ଣ୍ଣିମା କେର୍କେଟାଙ୍କୁ ବିଜେପି ଜିଲ୍ଲା ସଭାପତି କରିଛି ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଥିଲା ବିଜେପି। ତେବେ ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ପୂର୍ବରୁ ୨୩ ଓ ଏବେ ୧୩କୁ ମିଶାଇ ମୋଟ ୩୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ଏବେ ସୁଦ୍ଧା ସମ୍ବଲପୁର ପାଇଁ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *