Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । ବର୍ତ୍ତମାନ ଡିସିପି ପିନାକ ମିଶ୍ରଙ୍କ ଠାରୁ ଦାୟିତ୍ୱ ନେଲେ ଜଗମୋହନ ମୀନା । ଦାୟିତ୍ୱ ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ ।

ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ । ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ ବୋଲି ମତ ରଖିଛନ୍ତି ନୂଆ ଡିସିପି । ତେବେ ୨୦୧୨ର ଆଇପିଏସ୍‌ ଜଗନମୋହନ ମୀନା, ପ୍ରଥମେ ୨୦୧୩ରେ କଳାହାଣ୍ଡି ଜିଲ୍ଲାରେ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୭ ମସିହାରେ ଏସ୍‌ପି ଭାବେ ପ୍ରଥମେ ମାଲ୍‌କାନଗିରିରେ ଯୋଗଦେଇଥିଲେ ।

ସେଠାରେ ଦୁଇବର୍ଷ କାର୍ଯ୍ୟ କରିବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍‌ପି ଭାବେ ଯୋଗଦେଇଥିଲେ । ୨୦୨୩ରେ ସେ ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେଠାରେ ସେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଦାୟିତ୍ବ ନେଇଥିଲେ । ଏହି ନିକଟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିବା ପରେ ଏବେ ସେ ଭୁବନେଶ୍ବର ଡିସିପି ଭାବରେ ନିଯୁକ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *