Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗିରଫ ହେଲେ କୋଟିପତି ଯୁଗ୍ମ କମିଶନର । ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗୁରୁବାର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଚଢାଉ ହୋଇଥିଲା ।

ଏକାସାଙ୍ଗେ ୯ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ପୈତୃକ ବାସଭବନ, ଅଫିସ ଆଦି ୯ଟି ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ଚଢାଉ ବେଳେ ପୁଳାପୁଳା ଟଙ୍କା ସହ ପ୍ଲଟ, ଫ୍ଲାଟ୍ ଆଉ ବହୁ ପରିମାଣର ସୁନା ଜବତ ହୋଇଥିଲା। ଏକ ଘରୁ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା, ଏହାସହ ଦୁଇ କେଜିରୁ ଅଧିକ ପରିମାଣର ସୁନା ମଧ୍ୟ ମିଳିଥିଲା ।

ତେବେ ଗୁରୁବାର ଭିଜିଲାନ୍ସ ଚଢାଉରେ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଥିବାର ସୂଚନା ମିଳିଛି । ଏସବୁ ମଧ୍ୟରେ ୪ଟି ବହୁତଳ କୋଟା, ୧ କୋଟି ଟଙ୍କାର ଫ୍ଲାଟ୍‌, ୧୧ଟି ପ୍ଲକ, ୧୪ ଏକ ଜମିରେ ଫାର୍ମ ହାଉସ୍‌ ରହିଛି ।

Leave a Reply

Your email address will not be published. Required fields are marked *