Thu. Oct 23rd, 2025

ନ୍ୟୁଜ ଡେକ୍ସ: ହଟିଲା ନିଲମ୍ବନ, ଦୀର୍ଘ ୧୦ ଦିନ ପରେ ବିଧାନସଭାକୁ ପ୍ରବେଶ କଲେ ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ। ବିଧାନସଭା ଗୃହ ବାହାରରେ ମୁଣ୍ଡିଆ ମାରିବା ପରେ ପ୍ରବେଶ କରିଥିଲେ।ସେହିଭଳି ତାରାଙ୍କ ସସ୍ପେଣ୍ଡକୁ ବିରୋଧ କରି କଳା ଦିବସ ପାଳନ କରୁଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହକୁ ଆସିବା ସହ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ।

ଗୃହକୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା “ବିଧାନସଭାରେ ଆଜି କେମିତି ପ୍ରତିବାଦ ହେବ ସେସବୁ ଆଗକୁ ଦେଖିବେ” ବୋଲି କହିଛନ୍ତି । କହିରଖୁଛୁ ଯେ, ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତାରାଙ୍କୁ ନିଲମ୍ବନ କରିବା ପ୍ରତିବାଦରେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ବିଧାୟକ । ମାତ୍ର ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।ଉଲ୍ଲେଖ ଯୋଗ୍ୟ ଯେ,ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା । ଏହାପରେ ତାରାଙ୍କୁ ୭ଟି କାର୍ଯ୍ୟ ଦିବସ ପାଇଁ ସସ୍ପେଣ୍ଡ କରିଥିଲେ ବାଚସ୍ପତି ।

ତେବେ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ । ତାରାଙ୍କ ନିଲମ୍ବନକୁ ବିଜେଡି ବିଧାୟକ ସମର୍ଥନ କରିଥିଲେ। ତାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ବସିଥିଲା। ତେବେ କୌଣସି ନିଷ୍କର୍ସ ବାହାରିପାରିନଥିଲେ। ଆଜି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *