Thu. Oct 23rd, 2025

ନ୍ୟୁଜ ଡେକ୍ସ: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ୨ ଦିନ ବନ୍ଦ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଶନିବାର ଏବଂ ରବିବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏନେଇ ସୂଚନା ଦେଇଛନ୍ତି। ପାଗ ସୁଧୁରିବା ପରେ ତଥା ସ୍ଥିତି ସମୀକ୍ଷା କରିବା ପରେ ପର୍ଯ୍ୟଟକମାନଙ୍କୁ ପାର୍କରେ ପ୍ରବେଶ କରିବାକୁ ଅନୁମତି ଦିଆହେବ। ଗୋଗିନେନି ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶିମିଳିପାଳ ପୁନଃ ଖୋଲିବାର ସଠିକ୍ ତାରିଖ ପରବର୍ତ୍ତୀ ସମୟରେ ସୂଚିତ କରାଯିବ।

ଉଲ୍ଲେଖଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଯାହା ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ପାଇଁ ଜଣାଶୁଣା। ପାର୍କରେ ଅନେକ ଜଳପ୍ରପାତ ମଧ୍ୟ ରହିଛି। ଯେଉଁଥିରେ ବରେହିପାଣି ଜଳପ୍ରପାତ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଭାରତର ସର୍ବୋଚ୍ଚ ଜଳପ୍ରପାତ ମଧ୍ୟରୁ ଗୋଟିଏ।

Leave a Reply

Your email address will not be published. Required fields are marked *