Thu. Oct 23rd, 2025

ନ୍ୟୁଜ ଡେକ୍ସ: ଇଡି ପରେ ଏବେ ଆକ୍ସନ ମୁଡରେ ସିବିଆଇ । ୧୫ ଦିନ ପରେ ଆଉ ଥରେ ଭୂପେଶ ଘରେ ଚଢାଉ ହୋଇଛି । ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ CBI ରେଡ୍ ହୋଇଥିବା ସୂଚନା ମିଳିଛି । ସକାଳୁ ସକାଳୁ ରାୟପୁର ଓ ଭିଲାଇରେ ଥିବା ଭୂପେଶଙ୍କ ବାସଭବନରେ ସିବିଆଇ ଚଢାଉ ହୋଇଛି ।

୨୦୧୭ର ଏକ ମାମଲା ମହାଦେବ ବେଟିଂ ଆପରେ ଇଡି ପରେ ଏବେ ସିବିଆଇ ଏଣ୍ଟ୍ରି କରିଛି । କୁହାଯାଉଛି ଯେ ସିବିଆଇ ଟିମ୍ ତଦନ୍ତ ପାଇଁ ରାୟପୁର ଏବଂ ଭିଲାଇରେ ପହଞ୍ଚିଛି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଟିମ୍‌ ଭୂପେଶ ବଘେଲଙ୍କ ବାସଭବନରେ ଚଢାଉ କରିଥିଲା। ୬,୦୦୦ କୋଟି ଟଙ୍କାର ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି। ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକରେ ଯୋଗଦେବା ପୂର୍ବରୁ ସିବିଆଇର ଅଧିକାରୀମାନେ ରାୟପୁର ଏବଂ ଭିଲାଇରେ ପହଞ୍ଚିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୮ ଏବଂ ୯ ଏପ୍ରିଲରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଏଆଇସିସି ବୈଠକ ପାଇଁ ଗଠିତ “ଡ୍ରାଫ୍ଟିଂ କମିଟି”ର ବୈଠକ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଧ୍ୟ ସିବିଆଇ ରାୟପୁର ଏବଂ ଭିଲାଇ ବାସଭବନରେ ପହଞ୍ଚିଛି। ମାର୍ଚ୍ଚ ୧୦ ତାରିଖରେ ସମାନ ମାମଲା ସହିତ ଜଡିତ ଦୁର୍ଗ ଜିଲ୍ଲାର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯିବାର କିଛି ଦିନ ପରେ ସିବିଆଇ ଚଢଉ କରିଛି।

Leave a Reply

Your email address will not be published. Required fields are marked *