Thu. Oct 23rd, 2025

ନ୍ୟୁଜ ଡେକ୍ସ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅସନ୍ତୋଷ। ବିଶ୍ବବିଦ୍ୟାଳୟ ପରିସରରେ ଅଣଛାତ୍ର ପଶି ହଷ୍ଟେଲ ଛାତ୍ରଙ୍କୁ ଆକ୍ରମଣ କରିଥିଵା ଅଭିଯୋଗରେ କିଛି ଛାତ୍ର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି।

ବିଶ୍ବବିଦ୍ୟାଳୟ ପରିସରରେ ଅନେକ ସମୟରେ ଅଣଛାତ୍ର ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏହାସହ ଛାତ୍ର ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିଲାମାନେ। ବିଶୃଙ୍ଖଳା କରୁଥିବା ଓ ମାଡ଼ ମାରିଥିବା ଅଣଛାତ୍ର ମାନଙ୍କୁ ଗିରଫ କରିବା ଦାବି କରାଯାଇଛି।

ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ବାହାର ଲୋକଙ୍କ ଏକ ଗୋଷ୍ଠୀ ହଷ୍ଟେଲ ପରିସରରେ ପ୍ରବେଶ କରି କିଛି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଘଟଣା ବିଷୟରେ ସୂଚନା ପାଇଥିଲେ ମଧ୍ୟ ପୋଲିସ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ଗିରଫ କରାନଗଲେ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ପ୍ରତିବାଦ କରୁଥିବା ଛାତ୍ର।

Leave a Reply

Your email address will not be published. Required fields are marked *