Mon. Dec 23rd, 2024

ନ୍ୟୁଜ ଡେସ୍କ: ପୁଣି ରାଉରକେଲାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବାରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି। ଗତ ରବିବାର ଦିନ ସ୍ଥାନୀୟ ସିଭିଲ ଟାଉନ ହୃତଦଙ୍ଗରୁ ସାଙ୍ଗମାନଙ୍କ ସହ ଖାଇ ପିଇ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ ହୋଇଥିବା ସୂଚନା।

ଗତକାଲି ପୀଡ଼ିତା ଜଣକ ପୁଲିସ ନିକଟରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଘଟଣା। ୫ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ପୁଣି ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Leave a Reply

Your email address will not be published. Required fields are marked *