ନ୍ୟୁଜ ଡେକ୍ସ: ନୟାଗଡ଼ରେ ଛେନାପୋଡ଼ ତିଆରି କରି ଜିଲ୍ଲା, ରାଜ୍ୟ ତଥା ଦେଶବ୍ୟାପୀ ନୟାଗଡ଼ ଜିଲ୍ଲାର ସ୍ୱାଦିଷ୍ଟ ମିଷ୍ଟାନ୍ନ ଭାବେ ପରିଚୟ ସୃଷ୍ଟି କରାଇଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।
ତେବେ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର ସାହୁ ବୋଲି ଦାବି ଉଠୁଥିବା ବେଳେ ଏହି ବିବାଦ ମଧ୍ୟରେ ଛେନାପୋଡ଼ର ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ପାଇଁ ହୋଇଆସୁଥବା ଦାବି ଦୁର୍ବଳ ହୋଇଯାଇଛି । ସୋସିଆଲ ମିଡିଆ ଏକ୍ସେ ସେ ଲେଖିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଛେନାପୋଡ଼। ଆଜି ‘ଛେନାପୋଡ଼ ଦିବସ’ରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଓଡ଼ିଶାର ଏହି ନିଆରା ସ୍ୱାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା।ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ । ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।
୨୦୨୨ରେ ପ୍ରଥମେ ହେଲପିଙ୍ଗ୍ ହ୍ୟାଣ୍ଡସ୍ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା । ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଯଦିଓ ଛେନାପୋଡ଼ ନୟାଗଡ଼ ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ଯ୍ୟନ୍ତ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼ ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ ସ୍ୱୀକୃତି ପାଇ ପାରି ନାହିଁ ।
