ନ୍ୟୁଜ ଡେକ୍ସ: ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ଦେଶବାସୀଙ୍କୁ ଦୁଃଖ ଦେଇଛି । ଏହି ହମଲାକୁ ନେଇ ଦେଶବାସୀଙ୍କ ମନରେ ଆକ୍ରୋଶ ଦେଖା ଦେଇଛି । ଏଭଳି ଘଟଣାକୁ ନେଇ ସାରା ବିଶ୍ୱରେ ସମବେଦନା ଦେଖା ଦେଇଛି । ପହଲଗାମ ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।
ଭାରତୀୟଙ୍କ ରକ୍ତ ଗମର ଅଛି ଆତଙ୍କୀକୁ କଡ଼ା ଜବାବ୍ ଦିଆଯିବ । ଆକ୍ରମଣକାରୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ । ଜମ୍ମୁ କଶ୍ମୀରର ବିକାଶକୁ ସହ୍ୟ କରିପାରୁ ନାହାନ୍ତି ଆତଙ୍କବାଦୀ । ଏକତା ହିଁ ଆମର ବଡ଼ ଶକ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କଶ୍ମୀରରେ ଶାନ୍ତି ଫେରୁଛି । ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା । ଏପରି ପରିସ୍ଥିତିରେ, କଶ୍ମୀରର ଶତ୍ରୁମାନେ ପୁଣି ଥରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛନ୍ତି । ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବାରେ ଦେଶର ସମସ୍ତ ଲୋକଙ୍କ ଏକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ସେ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ସମଗ୍ର ବିଶ୍ୱ ୧୪୦ କୋଟି ଦେଶବାସୀଙ୍କ ସହିତ ଅଛି । ଦେଶ ଓ ଜମ୍ମୁକାଶ୍ମୀର ଶତ୍ରୁ ଏହାକୁ ସହି ପାରୁନଥିଲେ । କାଶ୍ମୀର ପୁଣି ଧ୍ୱଂସ ହୋଇଯାଆନ୍ତୁ ବୋଲି ଚାହୁଁଛନ୍ତି ଶତ୍ରୁ । ତେଣୁ ସେମାନେ ଏତେବଡ଼ ଷଡଯନ୍ତ୍ର କରିଥିଲେ । ଆତଙ୍କବାଦ ବିରୋଧରେ ୧୪୦କୋଟି ଭାରତୀୟଙ୍କ ଏକଜୁଟତା ଆମର ସୁବୁଠୁ ବଡ ଶକ୍ତି । ଏହା ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇର ଆଧାର । ଏକ ରାଷ୍ଟ୍ର ରୂପରେ ଦୃଢ ଇଚ୍ଛାଶକ୍ତି ଦେଖାଇବାକୁ ପଡିବ ।”
