Sat. Apr 18th, 2026

ନ୍ୟୁଜ ଡେକ୍ସ: ଜମ୍ମୁ-କଶ୍ମୀର ରାମବନ ଜିଲ୍ଲାରେ ଭାରତୀୟ ସେନାର ଏକ ବାହନ ଖାଲରେ ଖସି ଯାଇଛି, ଏଥିରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ଜମ୍ମୁ-କଶ୍ମୀର ରାଷ୍ଟ୍ରୀୟ ରାଜମାର୍ଗ (ଏନ୍ଏଚ୍୪୪) ରେ ବ୍ୟାଟେରୀ ଚସମା ନିକଟରେ ଘଟିଛି। ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପୋଲିସ, ଏସ୍ଡିଆରଏଫ୍, ସ୍ଥାନୀୟ ଲୋକ ଓ ସେନାର ଟିମ୍ ତୁରନ୍ତ ସ୍ଥିତି ସମ୍ଭାଳିଛନ୍ତି।

ଅଧିକାରୀମାନଙ୍କ କହିବାନୁଯାୟୀ, ଦୁର୍ଘଟଣାଟି ସକାଳ ୧୧:୩୦ ସମୟରେ ଜାତୀୟ ରାଜପଥ-୪୪ର ବ୍ୟାଟେରୀ ଚଷମା ନିକଟରେ ଘଟିଥିଲା। ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା। ଦୁର୍ଘଟଣା ପରେ ଏସଡିଆରଏଫ୍, ପୋଲିସ, ସେନା ଏବଂ ସ୍ଥାନୀୟ ଲୋକେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ତିନି ଜଣ ସୈନିକ ସହିଦ ହୋଇଥିଲେ।

ଉଲ୍ଲେଖନୀୟ ଯେ, ସେନାର କାରକେଡ୍ ଉଧମପୁରରୁ ଶ୍ରୀନଗର ଯାଉଥିଲା। ରାମବନ ନିକଟରେ ଯେଉଁ ଗାଡି ଖାଲରେ ପଡିଛି, ସେଥିରେ ଦୁଇ ସୁରକ୍ଷାକର୍ମୀ ଥିଲେ। ଜଣେ ଚାଳକ ଓ ଜଣେ ସୈନିକ ଗାଡି ଭିତରେ ଥିଲେ। ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ସୁରଜିତ କୁମାର ବୋଲି ଜଣାପଡିଛି। ସେଭଳି ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି।

Leave a Reply

Your email address will not be published. Required fields are marked *