ନ୍ୟୁଜ ଡେକ୍ସ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଏନ୍କାଉଣ୍ଟର । ଦେଶର ସବୁଠାରୁ ବଡ଼ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୬ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ମାଓ ଦମନରେ ନିର୍ଣ୍ଣାୟକ ମୋଡ଼ରେ ରହିଛନ୍ତି ଯବାନ।
ମାଓବାଦୀ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି।ଛତିଶଗଡ଼ ସରକାରଙ୍କ ସମେତ ପୋଲିସ ବିଭାଗ ଓ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି। ଗତ କିଛି ଦିନ ମଧ୍ୟରେ କାରେଗଟ୍ଟା ଜଙ୍ଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି।ସେପଟେ ଦିଲ୍ଲୀରୁ ଅପରେସନ ଉପରେ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ ।
ଛତିଶଗଡ଼ ଏଡିଜେ ନକ୍ସନ ଅପରେସନ ବିବେକାନନ୍ଦ ସିହ୍ନା, ସିଆର୍ପିଏଫ୍ ଆଇଜି ରାକେଶ ଅଗ୍ରଓ୍ୱାଲ୍, ବସ୍ତର ଆଇଜି ପି ସୁନ୍ଦରରାଜ ବିଜାପୁରରେ ପହଞ୍ଚି ଅପରେସନରେ ସାମିଲ ଥିବା ଯବାନଙ୍କୁ ସାକ୍ଷାତ କରିବେ । ଏନ୍କାଉଣ୍ଟରରେ ଭାରିମାତ୍ରାରେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଲୁଚି ରହିଥିବା ଅନ୍ୟ ମାଓବାଦୀଙ୍କୁ ଧରିବା ଲାଗି ଚାଲିଛି ସର୍ଚ୍ଚ ଅପରେସନ । ଡ୍ରୋନ ଓ ବାୟୁସେନାର ହେଲିକାପ୍ଟର ଜରିଆରେ ସର୍ଚ୍ଚ ଅପରେସନ ଜାରି ରହିଛି ।
