ନ୍ୟୁଜ ଡେକ୍ସ: ବାଲେଶ୍ବରରେ ସିରିଜ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ଖଣ୍ଡମଣ୍ଡଳ । ଅଗ୍ନିକାଣ୍ଡ ପରେ ଫାଟିଲା ୮ରୁ ଅଧିକ ଗ୍ୟାସ ସିଲିଣ୍ଡର । ବାଲେଶ୍ଵର ଚାନ୍ଦିପୁର ନାଉପାଳଗଡିରେ ଅଘଟଣ । ବଳରାମଗଡି ମେରାଇନ ଥାନା ନାଉପାଳଗଡିରେ ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ।
ନିଆଁ ଲାଗି ପ୍ରାୟ ୮ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିଥିବା ଜଣାପଡିଛି । ଖବର ଅନୁଯାୟୀ, ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ଏକ ଗ୍ୟାସ୍ ଗୋଦାମରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ଫାଟିଛି । ଭୟଙ୍କର ବିସ୍ଫୋରଣରେ ପୁରା ଅଞ୍ଚଳ ଥରିଉଠିଥିଲା । ଏପିରିକି ଯିଏ ଯେଉଁଠି ପାରିଲା, ସେଠାରେ ଥିବା ସୁରକ୍ଷିତ ସ୍ଥାନକୁ ଦୌଡ଼ିଲା ।
ଏତେ ଭୟଙ୍କର ବିସ୍ଫୋରଣରେ ୫ ଶହ ମିଟର ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ଟୁକୁଡ଼ା ଫାଟି ପଡିଥିଲା । ଅନ୍ୟପଟେ ବିସ୍ଫୋରଣ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଶେଷରେ ଦୀର୍ଘ ସମୟରେ ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍ଟିକ ଲାଗି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣରେ କେହି ଆହତ ହୋଇନାହାନ୍ତି ।

