Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ବୃନ୍ଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର ।

ରିପୋର୍ଟ କାର୍ଡ ଧରି ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ଜୁନ୍ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ୍ ଓ ପଞ୍ଚାୟତ ପୌରସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ପିଏମଓ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳିବୁ। ରାଜ୍ୟରେ ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ବର୍ଷକରେ ୧୧ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହୋଇଛି।’

ସୂଚନା ଥାଉକି, ରାଜ୍ୟ ସରକାରଙ୍କ ପୂର୍ତ୍ତି ଅବରସରରେ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ମୋହନ ସରକାର। ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ। ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ବିକାଶ ପାଇଁ କେତେ କାମ କରିଛନ୍ତି, ତାର ଦେବେ ରିପୋର୍ଟ କାର୍ଡ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିର୍ବାଚନ ପୂର୍ବରୁ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ନିଜ ଇସ୍ତାହାରରେ।

Leave a Reply

Your email address will not be published. Required fields are marked *