ନ୍ୟୁଜ ଡେକ୍ସ: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରୁ ବହିସ୍କାର ହେଲେ ତେଜପ୍ରତାପ ଯାଦବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ୫ ବର୍ଷ ପାଇଁ ବହିସ୍କାର କରିଛନ୍ତି। ତାଙ୍କର ଦାଯିତ୍ୱହୀନ ଆଚରଣ ଓ ପାରିବାରିକ ମୂଲ୍ୟବୋଧ ତଥା ସାର୍ବଜନିକ ଶିଷ୍ଠାଚାରରୁ ସେ ବିତ୍ୟୁଚି ହୋଇଥିବା ତାଙ୍କୁ ଦଳରୁ ବହିସ୍କାର କରାଯାଇଥିବା ଲାଲୁ ଯାଦବ କହିଛନ୍ତି।
ଆରଜେଡି ମୁଖ୍ୟ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏବେ ତେଜ ପ୍ରତାପଙ୍କର ପରିବାର ଏବଂ ଦଳରେ କୌଣସି ଭୂମିକା ନାହିଁ। ‘ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ।’
ବଡ଼ ପୁଅର କାର୍ଯ୍ୟକଳାପ, ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ।ତେଣୁ ଉପରୋକ୍ତ ପରିସ୍ଥିତି ଯୋଗୁଁ ମୁଁ ତାଙ୍କୁ ଦଳ ଏବଂ ପରିବାରଠାରୁ ଦୂରେଇ ରଖୁଛି। ଏବେଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଲାଲୁ।
