ନ୍ୟୁଜ ଡେକ୍ସ: ପ୍ରତିରକ୍ଷା ମନ୍ତ୍ରାଳୟ ୧ ଜୁନ ରବିବାର ଏକ ନିବନ୍ଧ (ଏସେ) ପ୍ରତିଯୋଗୀତା ଘୋଷଣା କରିଛନ୍ତି। ଏହି ପ୍ରତିଯୋଗୀତା ୧ରୁ ୩୦ ଜୁନ ପର୍ଯ୍ୟନ୍ତ ଚାଲିବ। ମନ୍ତ୍ରାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରୁ ୩ ଜଣ ବିଜେତାଙ୍କୁ ବଛା ଯିବ ଓ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ।
ଏହାଛଡା ବିଜେତାମାନଙ୍କୁ ଆଗାମୀ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ କରାଯିବ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଯାହା ପରେ ପାକିସ୍ତାନ ମେ ୮, ୯ ଏବଂ ୧୦ରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏପଟେ ଭାରତ ପ୍ରତିଶୋଧ ନେବାକୁ ଯାଇ ବିମାନବନ୍ଦର, ବାୟୁ ପ୍ରତିରକ୍ଷା ପ୍ରଣାଳୀ, କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ରାଡାର ସ୍ଥଳ ସମେତ ଅନେକ ପ୍ରମୁଖ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା।
ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଏକ୍ସ’ରେ କହିଛି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁବ ପ୍ରତିଭାମାନଙ୍କୁ ସେମାନଙ୍କର ସ୍ୱର ଉଠାଇବାକୁ ଆମନ୍ତ୍ରଣ କରୁଛି। ‘ଅପରେସନ୍ ସିନ୍ଦୂର- ଆତଙ୍କବାଦ ବିରୁଦ୍ଧରେ ଭାରତର ନୀତିକୁ ପୁନଃ ପରିଭାଷିତ କରିବା’ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦ୍ୱିଭାଷୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ ବୋଲି ଆମନ୍ତ୍ରଣ କରିଛି।
