Sat. Feb 21st, 2026
Oplus_131072

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ। ପୁଣେ ତଲେଗାଓଁର କୁଣ୍ଡମାଳରେ ଥିବା ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ିଯିବାରୁ ୨୫- ୩୦ ଲୋକ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫-୬ ଜଣକ ଉଦ୍ଧାର କରିଥିବାବେଳେ, ୬ ଜଣକ ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଏମାନେ ସମସ୍ତେ ନଦୀରେ ବନ୍ୟାଜଳ ଦେଖିବାକୁ ପୋଲ ଉପରେ ଛିଡ଼ା ହୋଇଥିଲେ।

ମିଳିଥିବା ଖବର ଅନୁସାରେ ବ୍ରିଜ ଭୁଶୁଡ଼ିବା ଯୋଗୁ ୬ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ। ସ୍ଥାନୀୟ ବିଧାୟକ ସୁନୀଲ ଶେଲକେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।

ତେବେ ଯେଉଁଠାରେ ପୋଲ ଭୁଶୁଡ଼ି ପଡ଼ିଛି ସେଠାରେ କିଛି ସ୍ଥାନ ଗଭୀର ଏବଂ କିଛି ସ୍ଥାନ ପଥରିଆ ରହିଛି। ତେଣୁ ପାଣି ଭିତରେ କେତେ ଲୋକ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

Oplus_131072

Leave a Reply

Your email address will not be published. Required fields are marked *