Sat. Feb 21st, 2026

ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ। ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ କୁମାର ପଣ୍ଡାଙ୍କ ଘରେ ରେଡ୍। ସୁଶିଲଙ୍କ ଅଙ୍କୁଲିସ୍ଥିତ ବାସଭବନ ଓ ଗଞ୍ଜାମ ବ୍ଲକ ଅଫିସରେ ଚଢାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରୁଛି। ଗଞ୍ଜାମର ୭ଟି ସ୍ଥାନ ସମେତ ପୁରୀରେ ଚଢାଉ ଚାଲିଛି।

ଏହି ରେଡ୍ରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି । ତେବେ ଜାଣନ୍ତୁ କେଉଁ ସବୁ ସ୍ଥାନରେ ଚଢାଉ ଚାଲିଛି।

ସୂଚନାନୁଯାୟୀ, ଭିଜିଲାନ୍ସ ଟିମ୍ ସୁଶିଲଙ୍କ ବ୍ରହ୍ମପୁର ରାମ ହରି ନଗରରେ ଥିବା ଏକ ତିନି ମହଲା ଘର, ଅଙ୍କୁଲିରେ ଏକ ଫ୍ଲାଟ୍ ଏବଂ ତାଙ୍କ ଭାଇଙ୍କ ନାମରେ ଥିବା ଫ୍ଲାଟ୍, କବିସୂର୍ଯ୍ୟନଗରରେ ଥିବା ପୈତୃକ ଘର, ପୁରୀ ଚୁଡ଼ଙ୍ଗ ସାହିରେ ଥିବା ଫ୍ଲାଟ୍, ପୁରୁଷୋତ୍ତମପୁରରେ ଥିବା ଶ୍ଵଶୁର ଘର, ଏବଂ ଗଞ୍ଜାମ ବ୍ଲକ ଅଫିସରେ ଚଢାଉ କରୁଛି।

Leave a Reply

Your email address will not be published. Required fields are marked *