ନ୍ୟୁଜ ଡେକ୍ସ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ । ବ୍ରିକ୍ସ( BRICS) ସମ୍ମିଳନୀରେ ସାମିଲ ହେବେ ସହ ଜୁଲାଇ ୯ ତାରିଖ ମଧ୍ୟରେ ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ। ମୋଦିଙ୍କ ଗସ୍ତ ଘାନାରୁ ଆରମ୍ଭ ହେବ ।୩୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିବେ ମୋଦି।
ଗସ୍ତ ସମୟରେ ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି ।ଘାନା ପିଏମଙ୍କ ସହ ମୋଦିଙ୍କ ରାତ୍ରି ଭୋଜନ ରହିଛି। ୧୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସମ୍ଭାବନା ରହିଛି । ପରିଦର୍ଶନ ପାଇଁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ନିବେଶ, ଶକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଘାନା ସହିତ ଆଲୋଚନା କରିବି।’
ସେ ଘାନାର ସଂସଦକୁ ମଧ୍ୟ ସମ୍ବୋଧିତ କରିବେ, ଯାହା ଉଭୟ ଦେଶର ଗଣତାନ୍ତ୍ରିକ ଭାବନାକୁ ପ୍ରତିଫଳିତ କରିବ। ଘାନା ପରେ, ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ ଏବଂ ଟୋବାଗୋ ଯିବେ, ଯେଉଁଠାରେ ସେ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଏବଂ କମଳା ପର୍ସାଦ-ବିସେସରଙ୍କୁ ଭେଟିବେ, ଯିଏ ସମ୍ପ୍ରତି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଭାରତ ଏବଂ ଏହି ଦେଶର ୧୮୦ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଛି। ଏହି ଗସ୍ତ ଆମର ବିଶେଷ ସମ୍ପର୍କକୁ ଆହୁରି ମଜବୁତ କରିବ।
