ନ୍ୟୁଜ ଡେସ୍କ: ନେପାଳରେ ବନ୍ଯା ବିଭୀଷିକା । ଲଗାଣ ବର୍ଷାରେ ବେହାଲ ବିଭିନ୍ନ ଅଞ୍ଚଳ । ଭୟଙ୍କର ବନ୍ଯାରେ ଏଯାଏଁ ୧୧୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ଯୁ ଘଟିଛି । ସେହିପରି ୬୮ ଜଣ ନିଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁ ନେପାଳର ଅନେକ ଅଞ୍ଚଳ ପାଣି ଘେରରେ ରହିଛି।
ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନେପାଳ ପୁଲିସର ମୁଖପାତ୍ର ଡାନ ବାହାଦୂର କାର୍କିଙ୍କ ସୂଚନା ଅନୁସାରେ, ନେପାଳର ଆସିଥିବା ବନ୍ୟା ଓ ଭୂସ୍ଖଳନରେ ୧୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି। ଏଥିସହ ୬୮ ଜଣ ନିଖୋଜ ଅଛନ୍ତି। ନେପାଳର ରାଜଧାନୀ କାଠମାଣ୍ଡୁରେ ବହୁ ଘର ପାଣିଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।
ହେଲକପ୍ଟର ଓ ମୋଟରବୋଟ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ନିଆଯାଇଛି। ବିପନ୍ନଙ୍କୁ ଉଦ୍ଧାର କରିବା କାର୍ଯ୍ଯରେ ୨୦ ହଜାର ଯବାନ ନିୟୋଜିତ ହୋଇଛନ୍ତି । ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର । ମନ୍ତ୍ରୀମାନଙ୍କର ଜରୁରୀ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି ।