Thu. Oct 23rd, 2025

ନ୍ୟୁଜ ଡେକ୍ସ : ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି ।

ତେବେ ଏହି ପରିପ୍ରେକ୍ଷୀରେ ରବୀନ୍ଦ୍ର ଜେନା ହାଜର ହୋଇ ପକ୍ଷ ରଖିବାକୁ ସିବିଆଇ ନୋଟିସ୍ କରିଛି । ସି-ସୋର୍ ଚିଟଫଣ୍ଡ କେସରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ଆସନ୍ତା ୧୪ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା ସିବିଆଇ ।

ସେପଟେ, ହାଇକୋର୍ଟ ଏହା ଉପରେ ଶୁଣାଣି କରି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେସ୍‍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇ ଦେବାକୁ ରବୀନ୍ଦ୍ର ଜେନା ହାଇକୋର୍ଟ ଯାଇଥିଲେ ।

Leave a Reply

Your email address will not be published. Required fields are marked *