ନ୍ୟୁଜ ଡେକ୍ସ : କଂଗ୍ରେସ ଫୋକସରେ ଓଡ଼ିଶା । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧି । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧି ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରଥଯାତ୍ରା ହେଉଛି କୋଟି କୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏଥର ରଥ ଟଣା ବେଳେ ଏକ ହାଇଡ୍ରାମା ହେଲା । ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲ । ତେଣୁ ଆପଣମାନେ ବୁଝିଯାଆନ୍ତୁ ବିଜେପି ସରକାର ଆଦାନୀ ଭଳି ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ଏହା ଆପଣଙ୍କ ସରକାର ନୁହେଁ, ଆଦାନୀଙ୍କ ସରକାର ବୋଲି ରାହୁଲ କହିଛନ୍ତି । ଅନ୍ୟପଟେ, ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ କରିଛନ୍ତି ।
ସେ କହିଛନ୍ତି, ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି ରାହୁଲ ସମାବେଶରେ କହିଛନ୍ତି ।
