ନ୍ୟୁଜ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ମୟୂରଭଞ୍ଜ ରାମଜିତ ଟୁଡୁଙ୍କୁ ପ୍ରଶଂସା କଲେ ମୋଦି । ନିଜ ମାତୃଭାଷା ପ୍ରତି ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ ଆଜିର ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ସାନ୍ତାଳି ଭାଷାର ପ୍ରଚାର ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମ ଜିତ ଟୁଡୁଙ୍କୁ ପ୍ରସଂଶା କରିଛନ୍ତି। ନିଜ ମାତୃଭାଷା ସାନ୍ତାଳି ଭାଷାକୁ ଅନ୍-ଲାଇନରେ ପରିଚୟ ଦେଇ ରାମ ଜିତ ଗୌରବ ଆଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଜର ଅଭିଯାନ ମାଧ୍ୟମରେ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ସାନ୍ତାଳି ସାହିତ୍ୟକୁ ବିଶ୍ୱ ଦରବାରରେ ରାମ ଜିତ ନୂଆ ପରିଚୟ ଦେଇଛନ୍ତି।
ସାନ୍ତାଳି ଭାଷାର ଲିପି ‘ଅଲଚିକି’କୁ ଟାଇପ କରିବାରେ ଟେକନିକ ବିକଶିତ କରି ପାରିଛନ୍ତି। ସାନ୍ତାଳି ଭାଷାକୁ ସଂରକ୍ଷିତ ରଖିବାର ତାଙ୍କ ଉଦ୍ୟମ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷାକୁ ପହଞ୍ଚାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।