ନ୍ୟୁଜ ଡେକ୍ସ : ପିଲାଏ ପଢ଼ିବେ ସେନାଙ୍କ ସୌର୍ଯ୍ୟ ‘ଅପରେସନ୍ ସିନ୍ଦୂର’ର କାହାଣୀ। NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ। ଦୁଇଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ ଅନ୍ୟଟି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ କରାଯିବ।
ସୂଚନା ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ପାଇଁ ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଯାହା ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ମେ ୭, ୨୦୨୫ରେ ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା।
ରିପୋର୍ଟ ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ଅର୍ଥାତ୍ ୯ମରୁ ଦ୍ଵାଦଶ ଶ୍ରେଣୀର ପାଠ୍ୟକ୍ରମରେ ଅପରେସନ ସିନ୍ଦୂର ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ କରିବ। ଯାହାର ଲକ୍ଷ୍ୟ ରହିଛି ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସେନାର ସାହସ, ସେମାନଙ୍କର ବୀରତ୍ୱ ଗାଥା ଏବଂ ଦେଶପ୍ରେମ ସହିତ ପରିଚିତ କରାଇବା।
