Thu. Oct 23rd, 2025

ନ୍ୟୁଜ ଡେକ୍ସ : ଲଗାଣ ବର୍ଷା ପରେ ୬ ଜିଲ୍ଲାରେ ବନ୍ୟା ସ୍ଥିତି । ଖାସ୍ କରି ଭଦ୍ରକରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ବୈତରଣୀ ନଦୀରେ ବନ୍ୟା ଜଳ କମ ହେଉଥିଲେ ମଧ୍ୟ କେତେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ଜମି ରହିଛି । ତେଣୁ ପ୍ରଭାବିତ ଅଞ୍ଚଳରେ କେତେକ ସ୍କୁଲ ପ୍ରଭାବିତ ହୋଇଥିବା ଯୋଗୁଁ ଦୁଇ ଦିନ ଛୁଟି ଘୋଷଣା କରିଛି ପ୍ରଶାସନ ।

ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲାରେ ଥିବା ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ଏହି ୪ଟି ପଞ୍ଚାୟତରେ ଥିବା ସବୁ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲୋକେ ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି।

ଧାମନଗର ବ୍ଲକ ଅଧିନରେ ଥିବା ୪ ପଞ୍ଚାୟତ ସୋହଡା, ପଧାନି, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ସ୍କୁଲ ଗୁଡ଼ିକ ପ୍ରଭାବିତ ହୋଇଛି । ବ୍ଲକ ଅଧିନରେ ୨୬ଟି ସ୍କୁଲ ପ୍ରଭାବିତ ହୋଇଛି । ସମାନ ଭାବେ ଚାନ୍ଦବାଲି ବ୍ଲକ ଅଧିନରେ ସନ୍ତରାପୁର, ମୁଆଁ, ବିଏସ୍ଏସ, ବାଙ୍କ ମୁଂହା ଓ ବୋଡକ୍ ସ୍କୁଲ ପ୍ରଭାବିତ ହୋଇଥିବା ଯୋଗୁଁ ସ୍କୁଲ ଗୁଡିକୁ ଦୁଇ ଦିନ ଛୁଟି ଘୋଷଣା କରିଛି ପ୍ରଶାସନ ।

Leave a Reply

Your email address will not be published. Required fields are marked *