Fri. Apr 17th, 2026

ନ୍ୟୁଜ ଡେକ୍ସ : ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଲ ଚନ୍ଦ୍ର ହାଂସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ 6ଟି ସ୍ଥାନରେ ରେଡ ଚାଲିଛି । ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସରେ ରେଡ଼୍ କରୁଛି ଭିଜିଲାନ୍ସ । ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘରେ ମଧ୍ଯ ରେଡ୍ ଚାଲିଛି ।

ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥୁବା ଫ୍ଲାଟରେ ବି ଚଢାଉ ଜାରି ରହିଛି।ଚଢାଉ ବେଳେ ଏମଭିଆଇ ହାଂସଦାଙ୍କର ୪୪ଟି ପ୍ଲଟ୍ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି । ଚଢାଉ ବେଳେ ଭିଜିଲାନ୍ସ ଟିମ୍ ହାଂସଦାଙ୍କ ଘରୁ ଏକ ଡାଏରୀ ଜବତ କରିଛି ଯେଉଁଥିରେ ସେ ବିଭିନ୍ନ ସୂତ୍ରରୁ ଆୟ କରିଥିବା ବେନାମୀ ଆର୍ଥିକ କାରବାରର ତଥ୍ୟ ରହିଛି।

ଯାହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।ଏଥିସହ ତାଙ୍କର ବ୍ୟାଙ୍କ, ପୋଷ୍ଟାଲ୍‌ ଓ ବୀମା ରାଶି ଜମା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କର ଗୋଟିଏ କାର୍‌ ଓ ୩ଟି ବାଇକ୍ ରହିଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ବୃଦ୍ଧି ପାଇପାରେ ବୋଲି ଭିଜିଲାନ୍ସ ସୂତ୍ରରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *