Thu. Oct 23rd, 2025

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ଜାପାନ ଓ ଚୀନ୍ ଯାତ୍ରାରେ ଯିବେ। ତାଙ୍କର ଜାପାନ ଗସ୍ତ କାର୍ଯ୍ୟକ୍ରମ ଦ୍ୱିପାକ୍ଷୀୟ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ହୋଇଥିବା ବେଳେ ଚୀନ୍ ଗସ୍ତ କାର୍ଯ୍ୟକ୍ରମ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ଏପରି ସମୟରେ ହେଉଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ବ୍ରିକ୍ସ ଦେଶଙ୍କୁ ଋଷିଆ ତୈଳ ନେଇ ଟାର୍ଗେଟ୍ କରୁଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେଇପାରନ୍ତି। ଗଲୱାନରେ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍ତେଜନା ପରେ, ପରିସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ପ୍ରକ୍ରିୟାରେ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ୩୦ ଅଗଷ୍ଟରେ ଆରମ୍ଭ ହେବ। ପ୍ରଥମେ ସେ ଜାପାନ ଯିବେ। ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହିତ ଜାପାନ-ଭାରତ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୧ ତାରିଖରେ ଚୀନ୍ ଗସ୍ତରେ ଯିବେ। ଚୀନ୍ ତିୟାନଜିନ୍ ସହରରେ ଅନୁଷ୍ଠିତ ହେଉଥିବା ଏସସିଓ ସମ୍ମିଳନୀରେ ଭାଗ ନେବେ। ୨୦୧୯ ମସିହା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟବାର ଚୀନ୍ ଯାତ୍ରା। ଏସସିଓ ବୈଠକରେ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ, ବ୍ୟାପାର ସହଯୋଗ ଓ ବହୁପକ୍ଷୀୟ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *