Sat. Feb 21st, 2026

ନ୍ୟୁଜ ଡେକ୍ସ : ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି।

ଶୌଚାଳୟ ସଫେଇ ବେଳେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ। ଏ ଘଟଣା ସଂପର୍କରେ ଜିଆର୍ପି ଅଧିକାରୀଙ୍କୁ ସୂଚନା ଦେଇଥିଲେ।ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଜିଆର୍ପି ପୁଲିସ।

ଏପର୍ଯ୍ୟନ୍ତ କିନ୍ତୁ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ତେବେ କେମିତି ମୃତ୍ୟୁ ହେଲା, ଟଏଲଟରେକେମିତି ମୃତଦେହ ପଡ଼ିଲା ଏହାର କାରଣ ଖୋଜୁଛି ଜିଆର୍ପି ପୁଲିସ।

Leave a Reply

Your email address will not be published. Required fields are marked *