Thu. Oct 23rd, 2025

ନ୍ୟୁଜ ଡେକ୍ସ : 4ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ଖବର ମୁତାବକ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଛାତ୍ରୀ ଜଣକ ପାଠ ପଢୁଥିଲେ । ଏହି ସମୟରେ ଶିକ୍ଷୟତ୍ରୀ ଜଣକ ତାଙ୍କୁ ଗଣିତ କରିବାକୁ ଦେଇଥିଲେ । ହେଲେ ଛାତ୍ରୀ ଜଣଙ୍କୁ ଆସିନଥିଲା ଗଣିତ । ଯାହାକୁ ନେଇ ଶିକ୍ଷୟତ୍ରୀ ଜଣକ ରାଗିଯାଇ ଉକ୍ତ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ଆଖିକୁ ବାଡେଇ ନଷ୍ଟ କରିଦେଇଥିଲେ ।

ଏହାପରେ ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ ଜଣକ । ସେ ଏହି ଘଟଣା ପାଇଁ ଦୁଃଖିତ ଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *