ନ୍ୟୁଜ ଡେକ୍ସ: ଗ୍ରାହକଙ୍କୁ ଝଟକା। ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଲା। ଆଜି ଠାରୁ ଦେଶରେ ବର୍ଦ୍ଧିତ ଦର ଲାଗୁ ହୋଇଛି। ତେବେ ତୈଳ କମ୍ପାନୀଗୁଡିକ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।
ଇଣ୍ଡିଆନ୍ ଅଏଲ୍ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ।
କମର୍ସିଆଲ ଗ୍ୟାସ୍ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ। କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୁଏ।