ନ୍ୟୁଜ ଡେକ୍ସ : ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚମହଲ ଜିଲ୍ଲାପାଳ ୬ ଜଣଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଲିଫ୍ଟମ୍ୟାନ, ୨ ଜଣ ଶ୍ରମିକ ଓ ଅନ୍ୟ ୨ ଜଣ ଲୋକ ରହିଛନ୍ତି। ଦୁର୍ଘଟଣା ଦିନ ପ୍ରାୟ ୩.୩୦ରେ ଘଟିଥିଲା।ଖବର ପାଇ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।ଶକ୍ତିପୀଠର ମନ୍ଦିର ପ୍ରାୟ ୮୦୦ ମିଟର ଉଚ୍ଚରେ ରହିଛି। ଶ୍ରଦ୍ଧାଳୁମାନେ ସେଠାକୁ ଯିବା ପାଇଁ ୨ ହଜାର ପାହାଚ ଚାଲିଚାଲି ଯାଆନ୍ତି କିମ୍ବା କେବୁଲ କାରର ବ୍ୟବହାର କରନ୍ତି। କିନ୍ତୁ ଆଜି ଖରାପ ପାଗ ଯୋଗୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ସକାଳୁ ରୋପୱେ ବନ୍ଦ ରହିଥିଲା। କେବଳ ମାଲବୁହା ଚାଲିଥିଲା। ଏତିକି ବେଳେ ଏପରି ଘଟଣା ଘଟିଛି।

