Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଇରଙ୍ଗପୁର ସହର ବଜାର ଗାନ୍ଧୀପାର୍କ ନିକଟରେ ଥିବା ମଣପୁରମ ବ୍ଯାଙ୍କକୁ ପାଞ୍ଚ ଜଣ ଦୂବର୍ତ୍ତ ଡକାୟତି ର ମନ୍ଦ ଉଦ୍ଦେଶ୍ଯ ନେଇ ବ୍ଯାଙ୍କରେ ପ୍ରବେଶ କରିଥିଲେ | ସେମାନେ ହାତରେ ମାରଣାସ୍ତ ଧରି ବ୍ଯାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରିଥିଲେ |

ତାପରେ ସେମାନେ ଷ୍ଟ୍ରଙ୍ଗ ରୁମ ଖୋଲିବାକୁ କହିଥିଲେ କିନ୍ତୁ ସେତେବେଳକୁ ସାଇରନ୍ ବାଜିବାରୁ ସେମାନେ ଭୟରେ ବ୍ଯାଙ୍କ ଛାଡି ପଳାଇଥିଲେ | ସୂଚନାଯୋଗ୍ଯ, ବ୍ଯାଙ୍କରେ କୌଣସି ଡକାୟତି ହୋଇ ନ ଥିବା ବେଳେ ବ୍ଯାଙ୍କ କର୍ମଚାରୀମାନଙ୍କୁ ସାମାନ୍ଯ ଖଣ୍ଡିଆ ଖାବରା କରିଦେଇଥିଲେ | ବ୍ଯାଙ୍କ କର୍ମଚାରୀ ମାନଙ୍କ ଠାରୁ ମଧ୍ଯ ପଇସା ପତ୍ର ଛଡାଇନେଇଥିବାର ସୂଚନା ମିଳିଛି |

ଏ ଖବର ରାଇରଙ୍ଗପୁର ସହରରେ ଡକାୟତି ମାନଙ୍କ ଆତଙ୍କ ନାମରେ କୋକୁଆ ଭୟ ଖେଳିଯାଇଛି | ଏଥିପାଇଁ ପୋଲିସ ପ୍ରସାସନ ସଜାଗ ହେବା ସହିତ ସ୍ଥାନେ ସ୍ଥାନେ ସିସି କ୍ଯାମେରା ଲଗାଇବା ପାଇଁ ରାଇରଙ୍ଗପୁର ସହରର ସଚେତନ ନାଗରିକ ମତବ୍ଯକ୍ତ କରିଥିଲେ |

Leave a Reply

Your email address will not be published. Required fields are marked *