Sun. Apr 19th, 2026

ନ୍ୟୁଜ ଡେକ୍ସ : ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା। ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ତାରିଖରୁ ୨ଟି ପର୍ଯ୍ୟାୟରେ ଚାଲିବ ।

ସେପ୍ଟେମ୍ବର ୧୭ରୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ଏହି ଆବାସ ମେଳା । ଅନ୍ୟପଟେ ଆସନ୍ତା ୧୭ରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।

ମନ୍ତ୍ରୀ କହିଛନ୍ତି, ‘ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ କରାଯାଇଛି। ନଭେମ୍ବରରେ ଦିଆଯିବ ପିଏମ୍‌ ଆବାସର କାର୍ଯ୍ୟାଦେଶ।’ ସେହିପରି ନୂଆ ପିଏମ୍‌ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ। ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ଏବଂ କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *