ନ୍ୟୁଜ ଡେକ୍ସ : ସବୁ ଅନୁମାନ, ଅଫବାହ ଓ ଜଳ୍ପନାର ଅବଶେଷରେ ଅନ୍ତ ଘଟିଲା। ଏଥର ବି, ପ୍ରତିବର୍ଷ ଭଳି, ଐତିହାସିକ ବାଲିଯାତ୍ରା କଟକ–୨୦୨୫ ଅନୁଷ୍ଠିତ ହେବ ଉପର ବାଲିଯାତ୍ରା ପଡ଼ିଆରେ। ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ସ୍ପଷ୍ଟତା ଆସିଛି, ଯାହା ପରେ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଛି।
ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟ ଲୋଚନ ମହାନ୍ତ ସୂଚନା ଦେଇଛନ୍ତି ଯେ, ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବ MSME ଏନକ୍ଲୋଜର, ମିଶନ ଶକ୍ତି ଏନକ୍ଲୋଜର, ଏବଂ ଏକ ବିଶେଷ ଭିଣ୍ଟେଜ୍ କାର ରାଲି। ଜିଲ୍ଲା ପ୍ରଶାସନ ଓ ମେହେଫିଲ୍ ଅର୍ଗାନାଇଜେସନ୍ ମିଶି ଏହି ରାଲି ପାଇଁ ୮୦ ହଜାର ସ୍କ୍ୱାୟର ଫୁଟ ଜାଗା ଚିହ୍ନଟ କରିଛନ୍ତି, ଯେଉଁଠାରେ ଲୋକେ ପୁରୁଣା ଗାଡ଼ିର ଐତିହ୍ୟ ଦେଖି ଆନନ୍ଦ ନିବେ।କଟକର ଐତିହ୍ୟକୁ ସମ୍ମାନ ଦେଇ ଏଥର ଉପର ପଡ଼ିଆରେ ହେବ ଦହିବରା ଆଳୁଦମ୍, ଠୁଙ୍କାପୁରୀ ଏବଂ ଫନ୍ ଜୋନ୍ର ବିଶେଷ ବ୍ୟବସ୍ଥା। ପୂର୍ବରୁ ଉପର ପଡ଼ିଆରେ ବ୍ୟବସାୟ କରୁଥିବା ପୁରୁଣା ଦହିବରା ଆଳୁଦମ୍ ବ୍ୟବସାୟୀମାନେ ଆଜି ଜିଲ୍ଲା ପ୍ରଶାସନଙ୍କ ସହିତ ଭେଟି ତାଙ୍କର ବ୍ୟବସାୟ ପାଇଁ ଅନୁମତି ଚାହିଲେ, ଯାହା ପ୍ରଶାସନ ଦେଇଛି।
ସେହିଭଳି ଉପର ବାଲିଯାତ୍ରା ପଡ଼ିଆରେ ଦହିବରା ଆଳୁଦମ୍ ବ୍ୟବସାୟୀ ଉପର ପଡ଼ିଆରେ ବ୍ୟବସାୟ କରିବାକୁ ଆଜି ଭେଟିଛନ୍ତି ଜିଲ୍ଲା ପ୍ରଶାସନକୁ । ଏବଂ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି ଉପର ବାଲିଯାତ୍ରା ପଡ଼ିଆରେ ଦହିବରା ଆଳୁଦମ୍ ବ୍ୟବସାୟ କରିବାକୁ । ବହୁ ପୂରାତନ କାଳରୁ ଉପର ପଡ଼ିଆରେ ଦହିବରା ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦକୁ ନେଇ ଆଶା ଆଶଙ୍କାରେ ଥିବା ବେଳେ ହାଇକୋର୍ଟଙ୍କ ପୂର୍ଣ୍ଣଛେଦ ପଡ଼ିବା ପରେ ଖୁସିବ୍ୟକ୍ତ କରିଛନ୍ତି ।
