Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଦଳ ଗିରଫ କରିଛି। ଏହି ଅଧିକାରୀ ପୂର୍ବରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରାପଡ଼ିଥିଲେ।

ଭିଜିଲାନ୍ସ ତଦନ୍ତ ସମୟରେ ମଲ୍ଲିକଙ୍କ ଆୟ ସ୍ରୋତ ଠାରୁ ୧୯୦% ଅଧିକ ସମ୍ପତ୍ତି ଥିବା ପ୍ରମାଣ ମିଳିଛି। ତାଙ୍କ ଉପରେ ହୋଇଥିବା ଚଢାଉରେ ୪ଟି କୋଠା, ୭ଟି ମୂଲ୍ୟବାନ ପ୍ଲଟ୍, ବ୍ୟାଙ୍କ ଖାତାରେ ୧୮ ଲକ୍ଷ ଟଙ୍କା ଜମା ଓ ୧.୫୫ ଲକ୍ଷ ଟଙ୍କା ନଗଦ ମିଳିଛି।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ତଦନ୍ତରେ ମିଳିଥିବା ସବୁ ପ୍ରମାଣ ଆଧାରରେ ଶିବ ମଲ୍ଲିକଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ଆଦାଲତରେ ପ୍ରସ୍ତୁତ କରାଯିବ।ଭିଜିଲାନ୍ସ ଅଧିକାରୀମାନଙ୍କ କହିବା ଅନୁଯାୟୀ, ତଦନ୍ତ ଜାରି ରହିଛି ଏବଂ ଆହୁରି ଅନ୍ୟ ସମ୍ପତ୍ତି ଉଦ୍ଘାଟିତ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *