Sun. Feb 22nd, 2026

ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ନୂଆଦିଲ୍ଲୀର ବାସିନ୍ଦା ୭୬ ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସିଥିଲେ।ସୋମବାର ସକାଳ ସମୟରେ ସେ ସପରିବାର ଶ୍ରୀମନ୍ଦିର ପ୍ରବେଶ କରୁଥିବାବେଳେ ସାତପାହାଚ ଦେଇ ଯାଉଥିଲେ।

ଏହି ସମୟରେ ହଠାତ୍ ସେ ଟଳି ପଡି ଅସୁସ୍ଥ ହୋଇପଡିଥିଲେ। ପରିବାରସଦସ୍ୟ ଏବଂ ଉପସ୍ଥିତ ଭକ୍ତମାନେ ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ତେବେ ଡାକ୍ତରମାନେ ପରୀକ୍ଷା କରି ସେ ମୃତ ହୋଇଥିବା ସୁଚନା ଦେଇଥିଲେ।

ଅନୁମାନ କରାଯାଉଛି, ହୃଦ୍‌ରୋଗ ଜନିତ କାରଣରୁ ଏହି ଅଭାଗ୍ୟଜନକ ମୃତ୍ୟୁ ଘଟିଥିବ।ଏହି ଘଟଣାରେ ମନ୍ଦିର ପରିସରରେ ଶୋକର ଛାୟା ଛାଇଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ପରିବାରକୁ ସାନ୍ତ୍ୱନା ଓ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *