Sun. Feb 22nd, 2026

ନ୍ୟୁଜ ଡେକ୍ସ : ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଡିଜିଟାଲ ଜନଗଣନା ପ୍ରକ୍ରିୟା। ଏହା ସର୍ବପ୍ରଥମେ ଦେଶରେ ଡିଜିଟାଲ ରୂପରେ ହେଉଥିବା ଜନଗଣନା ଅଟେ, ଯେଉଁଠାରେ ପେପର ନୁହେଁ, ବରଂ ମୋବାଇଲ ଆପ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ।ସର୍ବଭାରତୀୟ ସ୍ତରରେ ପ୍ରାୟ ୩୪ ଲକ୍ଷ ଶିକ୍ଷକ ଏହି ଡିଜିଟାଲ ଜନଗଣନା କାର୍ଯ୍ୟରେ ଯୋଗ ଦେବେ।

ଓଡିଶାରେ ପରୀକ୍ଷାମୂଳକ ଭାବରେ ଏହି ପ୍ରକ୍ରିୟା ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁର ଜିଲ୍ଲାର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡା ଅଞ୍ଚଳରେ ହେଉଛି। ଏହି ପରୀକ୍ଷା ଗଣନା ନଭେମ୍ବର ୩୦ ଯାଏଁ ଚାଲିବ।ଜନଗଣନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜିଲ୍ଲା ଜନଗଣନା ତଥ୍ୟ ସମନ୍ୱିତ ପୁସ୍ତକରେ ସଂଗ୍ରହ ହେବ।

ଏହାରେ ପ୍ରତ୍ୟେକ ଗ୍ରାମ ଓ ସହରର ଭୌଗଳିକ ସୀମା, ନଗରୀୟ ସୁବିଧା, ସାମାଜିକ ଓ ଅର୍ଥନୈତିକ ସୂଚନା ସହ ଜନସଂଖ୍ୟାର ବିସ୍ତୃତ ବିବରଣୀ ରହିବ। ଡିଜିଟାଲ ଜନଗଣନା ମାଧ୍ୟମରେ ସଠିକ ଓ ଶୀଘ୍ର ତଥ୍ୟ ସଂଗ୍ରହ ସହଜ ହେବା ସହିତ ପେପର ବ୍ୟବହାର ହ୍ରାସ ପାଇ ଏହା ପରିବେଶ ପାଇଁ ମଧ୍ୟ ଉପକାରୀ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *