ନ୍ୟୁଜ ଡେକ୍ସ :ସୋମବାର ସନ୍ଧ୍ୟା ୬.୫୨ରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଭୟାବହ କାର ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଦୁର୍ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ଜଣାଯାଇଛି।ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ କାର ଖଣ୍ଡଖଣ୍ଡ ହୋଇ ଚାରିଦିଗରେ ଉଡିଯାଇଥିଲା।
ଦୃଶ୍ୟ ଏତେ ଭୟାବହ ଥିଲା ଯେ ଦେଖିଲେ ଛାତି ଥରିଉଠେ। ଅନେକ ଲୋକ ଜୀବନରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।ପୋଲିସ ଓ ଏନଏସଜି ଟିମ୍ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍ ଇନ୍ଧନ ତେଲ (ANFO) ବ୍ୟବହୃତ ହୋଇଥିଲା । ଯାହା ଏକ ଶକ୍ତିଶାଳୀ ବିସ୍ଫୋରକ। ଆତ୍ମଘାତୀ ଆକ୍ରମଣ ଆଶଙ୍କାଘଟଣା ସହିତ ଜଡିତ ଭାବରେ ପୋଲିସ ଡାକ୍ତର ମହମ୍ମଦ ଉମର ନାମକ ଜଣେ ଅଭିଯୁକ୍ତଙ୍କ ନାଁ ଚିହ୍ନଟ କରିଛି। ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ବିସ୍ଫୋରଣ ପୂର୍ବରୁ ସେ ନିଜ କାରରେ ଚଢି ଥିଲେ ଏବଂ ଘଟଣା ପରେ ତାଙ୍କର ଶରୀର ଅଂଶ, ବିଶେଷକରି କଟା ହାତ, ଚାରିଆଡେ ଛିଟିଗଲା।
ଡିଏନଏ ପରୀକ୍ଷା ଦ୍ୱାରା ତାଙ୍କ ଠିକ୍ ପରିଚୟ ନିଶ୍ଚିତ କରାଯିବ।ଯାଞ୍ଚ ଏଜେନ୍ସିମାନଙ୍କ ଆଶଙ୍କା ଅନୁସାରେ, ଡାକ୍ତର ଉମର ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ସଂପୃକ୍ତ ଥିଲେ। ହରିୟାଣାର ଫରିଦାବାଦରେ ସୋମବାର ସକାଳେ ୨୯୦୦ କିଲୋ ଆରଡିଏକ୍ସ ଜବତ ହେବା ପରେ ଏହି ବିସ୍ଫୋରଣ ଘଟିଥିବା ଯୋଗ ସମ୍ଭାବନା ଉଠିଛି।ସନ୍ଦିଗ୍ଧ ଚିକିତ୍ସକ ମାଫିଆ ଚକ୍ରଏହା ପୂର୍ବରୁ ଜମ୍ମୁ-କାଶ୍ମୀରର ଅନନ୍ତନାଗ ସରକାରୀ ମେଡିକାଲ କଲେଜର ଡାକ୍ତର ଆଦିଲଙ୍କ ଲକରରୁ AK-47 ରାଇଫଲ୍ ଜବତ ହୋଇଥିଲା।
ଡାକ୍ତର ଆଦିଲ ସହ ଆଉ ଜଣେ ଚିକିତ୍ସକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଦୁଇ ଜଣ ଡାକ୍ତର ମହମ୍ମଦ ଉମରଙ୍କ ସହଯୋଗୀ ଥିବା ଖବର ମିଳିଛି।ତାଙ୍କ ସହଯୋଗୀମାନଙ୍କ ଗିରଫଦାରୀରେ ଭୟଭୀତ ହୋଇ ଉମର ନିଜ କାରରେ ବିସ୍ଫୋରକ ବୋଝାଇ ଆତ୍ମଘାତୀ ଆକ୍ରମଣ କରିଥିବା ଆଶଙ୍କା ପ୍ରବଳ ହୋଇଛି।

