Thu. Feb 26th, 2026

ନ୍ୟୁଜ ଡେକ୍ସ :ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜଣେଇ ପରି ଆରମ୍ଭ ହେବ। ପ୍ରତିବର୍ଷ ଭଳି ଏବେ ମଧ୍ୟ ଏହି ଐତିହ୍ୟବାହି ମହୋତ୍ସବ ପ୍ରାୟ ୧୧ ଦିନ ଧରି ଚାଲି ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଅବସାନ ହେବ।ଏଥର ମହୋତ୍ସବରେ ବିଭିନ୍ନ ପାଉରାଣିକ ଚରିତ୍ରର ଅଭିନୟ ପାଇଁ କଳାକାର ଚୟନ ସମ୍ପୂର୍ଣ୍ଣ ହୋଇଛି।

ବରଗଡ଼ ଜିଲ୍ଲାର ଭେଡେନ ବ୍ଲକର ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ଏବେକି ବରଗଡ଼ର କଂସ ଅଭିନେତା ଭାବେ ମନୋନୀତ ହୋଇଛନ୍ତି। କଂସ ଭୂମିକା ପାଇଁ ପ୍ରତିବର୍ଷ ଯେପରି ଉତ୍ସାହ ଥାଏ, ଏଥର ମଧ୍ୟ ଏହା ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି।ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି ।

ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ, ମୁଗ୍ଧା ଦାଶ ଦେବକୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି।ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି।

ଘୋଷଣା ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। ଧନୁଯାତ୍ରାକୁ ଆକର୍ଷଣୀୟ କିପରି ଅଧିକ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହାସହ ଭିଡକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *