Fri. Feb 27th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ହାତୀ ମୃତ୍ୟୁର ଶୃଙ୍ଖଳା ଥମିବାର ନାହିଁ। କେବେ ବିଦ୍ୟୁତ ଆଘାତ, କେବେ କୂଅିରେ ପତନ ତାହାଲେ ଆଉ କେବେ ବଡ଼ ଗାତରେ ପଡ଼ି ଜୀବନ ହରାଉଛନ୍ତି ହାତୀମାନେ। ଏହି ଦୁଃଖଦ ପରିପ୍ରେକ୍ଷୀରେ ପୁଣି ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି।ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ବଡ଼ବାହାଲ ରେଞ୍ଜ ଅଧୀନସ୍ଥ ବଡ଼କୁଡ଼ା ଜଙ୍ଗଲରୁ ଏହି ଦନ୍ତା ହାତୀର ମୃତଦେହ ମିଳିଥିବା ଥିଲା।

ବନବିଭାଗର ପ୍ରାରମ୍ଭିକ ଅନୁମାନ ଅନୁସାରେ ମୃତ ହାତୀର ବୟସ ୧୮ ବର୍ଷରୁ ଅଧିକ ହେଉଥିବ। ତେବେ ହାତୀ ମୃତ୍ୟୁର ସ୍ପଷ୍ଟ କାରଣ ଏଯାବତ୍ ଜଣା ପଡ଼ିନାହିଁ।ଘଟଣାସ୍ଥଳରେ ପହଞ୍ଚିଥିବା ବନବିଭାଗ ଅଧିକାରୀମାନେ ମୃତଦେହର ପରୀକ୍ଷା-ନିରୀକ୍ଷା କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୁଲ୍ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ସୁଚନା ଦେଇଛି।ଅନ୍ୟପକ୍ଷେ, ଏହାକୁ ମିଶାଇ ବିଗତ ଏକ ବର୍ଷ ମଧ୍ୟରେ ରେଢାଖୋଲ ଅଞ୍ଚଳରେ ମୋଟ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି।

ଏହି ନିରନ୍ତର ହାତୀ ମୃତ୍ୟୁ ବନବିଭାଗ ପାଇଁ ମୁଣ୍ଡବ୍ୟଥା ହେବା ସ୍ୱାଭାବିକ। ଜୀବଜନ୍ତୁ ସୁରକ୍ଷା, ହାତୀ ଚଲାଚଳ ପଥର ସୁରକ୍ଷାକରଣ ଓ ମାନବ-ହାତୀ ସଂଘର୍ଷ ହ୍ରାସ ପାଇଁ ଅଧିକ କଡ଼ା ପଦକ୍ଷେପ ଆବଶ୍ୟକ ଥିବାକୁ ପରିବେଶପ୍ରେମୀମାନେ କହୁଛନ୍ତି।ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଏହି ମୃତ୍ୟୁ ହାତୀ ସୁରକ୍ଷା ବାବଦରେ ଗୁରୁତର ପ୍ରଶ୍ନ ଉଛାଲି ଦେଇଛି।

Leave a Reply

Your email address will not be published. Required fields are marked *